ନାକ ପଲିପ୍
ନାକ ପଲିପ୍ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Otorhinolaryngology |
ଆଇସିଡ଼ି-୧୦ | J33. |
ଆଇସିଡ଼ି-୯-ସିଏମ୍ | 471 |
ମେଡ଼ିସିନ-ପ୍ଲସ | 001641 |
ଇ-ମେଡ଼ିସିନ | ent/334 ent/335 |
MeSH | C09.603.557 |
ନାକ ପଲିପ୍ (ନାଜାଲ ପଲିପ୍, ନାସା ପଲିପ ବା ଇଂରାଜୀ ଭାଷାରେ Nasal polyp/ NP) ରୋଗ ନାକ ଓ ପାରାନାଜାଲ ସାଇନସ୍ରେ ଉଠୁଥିବା କେତେକ ଅଣ-କର୍କଟ ଆବୁମାନଙ୍କୁ କୁହାଯାଏ ।[୧] ନାକ ବାଟେ ନିଶ୍ୱାସ ପ୍ରଶ୍ୱାସରେ ବାଧା, ଆଘ୍ରାଣହାନୀ, ସ୍ୱାଦହାନୀ, ନାକରୁ ପାଣି ବୋହିବା ଓ ନାକ ପଛରୁ ତରଳ ପଦାର୍ଥ ବୋହିବା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ଏହି ଆବୁଗୁଡ଼ିକ ଥଳି ଭଳି ଦେଖିବାକୁ, ହଲେଇ ହୁଏ ଓ ଦରଜ ନ ଥାଏ । ଦୁଇଟି ଯାକ ନାକରେ ସାଧାରଣତଃ ଏହି ରୋଗ ଦେଖାଯାଏ । ମୁହଁରେ କଷ୍ଟ ହୋଇପାରେ ।[୧] ରୋଗ ଜଟିଳ ହୋଇ ସାଇନୁସାଇଟିସ ହୋଇପାରେ ।[୨]
ଏହି ରୋଗର ନିର୍ଦ୍ଦିଷ୍ଟ କାରଣ ଜଣାନାହିଁ । ଆଲର୍ଜି, ସିସ୍ଟିକ ଫାଇବ୍ରୋସିସ, ଆସ୍ପିରିନ ସମ୍ବେଦନଶୀଳତା ଓ କେତେକ ସଂକ୍ରମଣ ଥିଲେ ଏହି ରୋଗ ଅଧିକ ହୁଏ । ମ୍ୟୁକସ୍ ଝିଲ୍ଲିର ବୃଦ୍ଧି ହୁଏ । ନାକ ପରିଦର୍ଶନ କରି ଓ ସିଟି ସ୍କାନ କରି ରୋଗ ନିର୍ଣ୍ଣୟ କରାଯାଏ ଓ ଚିକିତ୍ସା ପ୍ଲାନ କରାଯାଏ ।[୧]
ସ୍ଟିରଏଡ ଔଷଧ ନାକ ସ୍ପ୍ରେ ଆକାରରେ ଦେଇ ଏହାର ଚିକିତ୍ସା କରାଯାଏ । ଏହି ଚିକିତ୍ସା ଫଳପ୍ରଦ ନ ହେଲେ ଅପରେଶନ କରାଯାଏ । ଅପରେଶନ ପରେ ମଧ୍ୟ ରୋଗ ଆଉଥରେ ହୋଇପାରେ । ଆଣ୍ଟିହିସ୍ଟାମିନ (Antihistamines) ଦେଲେ ଲକ୍ଷଣର ଉପଶମ ହୁଏ କିନ୍ତୁ ଅନ୍ତର୍ନିହିତ ରୋଗର କୌଣସି ପରିବର୍ତ୍ତନ ହୁଏନାହିଁ । ରୋଗ ଜଟିଳ ନ ହେଲେ ଆଣ୍ଟିବାୟୋଟିକ Antibiotics ଦେବା ଆବଶ୍ୟକ ହୁଏନାହିଁ । ଅଧୁନା ୪% ଲୋକ ଏହି ରୋଗରେ ପୀଡ଼ିତ ଅଛନ୍ତି ଓ ୪୦% ଲୋକ ଜୀବନର କୌଣସି ସମୟରେ ରୋଗଗ୍ରସ୍ତ ହୋଇପାରନ୍ତି । ବୟସ ୨୦ ପରେ ଏହି ରୋଗ ଆରମ୍ଭ ହୁଏ, ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କର ରୋଗ ଅଧିକ ହୁଏ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Newton, JR; Ah-See, KW (April 2008). "A review of nasal polyposis". Therapeutics and clinical risk management. 4 (2): 507–12. PMC 2504067. PMID 18728843.
- ↑ Frazier, Margaret Schell; Drzymkowski, Jeanette (2014-03-12). Essentials of Human Diseases and Conditions (in ଇଂରାଜୀ). Elsevier Health Sciences. p. 432. ISBN 9780323292283.