କାଗଜ
କାଗଜ | |||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଚୀନା ଅକ୍ଷରରେ "କାଗଜ" ଲେଖାଯାଇଛି ପରମ୍ପରା ଅନୁସାରେ (ଉପର ଚିତ୍ର) ଓ ସରଳୀକୃତ (ତଳ ଚିତ୍ର) । | |||||||||||||||||||||
Traditional Chinese | 紙 | ||||||||||||||||||||
Simplified Chinese | 纸 | ||||||||||||||||||||
|
କାଗଜ ଏକ ପତଳା ପଦାର୍ଥ ଯାହା କାଠ, ବାଉଁଶ, ଛିଣ୍ଡା କପଡ଼ା ବା ଘାସର ମଣ୍ଡରେ ଥିବା ଓଦା ସେଲ୍ୟୁଲୋଜ୍ ତନ୍ତୁକୁ ଏକତ୍ର ଚିପି, ଶୁଖେଇ ନମନୀୟ ଚାଦର ଆକାରରେ ପ୍ରସ୍ତୁତ କରାଯାଏ । ଏହି ଅନୁପମ ପଦାର୍ଥକୁ ଲେଖିବା, ଛପେଇବା, ପୋଛାପୋଛି କରିବା ଓ ଅନେକ ପ୍ରକାରର ଔଦ୍ୟୋଗିକ ଓ ନିର୍ମାଣ କାମରେ ବ୍ୟବହାର କରାଯାଏ ।
ମଣ୍ଡରୁ କାଗଜ ପ୍ରସ୍ତୁତି ପ୍ରଥମେ ଚୀନ ଦେଶରେ ଦ୍ୱିତୀୟ ଶତାବ୍ଦୀରେ (ସନ ୧୦୫) ବିକାଶ ହେବା,[୧] ଓ ଏହା ହାନ କୋର୍ଟ ହିଜଡ଼ା କାଇ ଲୁନଙ୍କ (Han court eunuch Cai Lun)ଦ୍ୱାରା ପ୍ରସ୍ତୁତ ହୋଇଥିବା କୁହାଯାଉଥିଲେ ମଧ୍ୟ ସେଠାରୁ ମିଳୁଥିବା କାଗଜ ଟୁକୁଡ଼ାରୁ ଏହା ଖ୍ରୀ:ପୂ: ଦ୍ୱିତୀୟ ଶତାବ୍ଦୀରେ ପ୍ରସ୍ତୁତ ହୋଇଥିବା ଜଣାଯାଏ ।[୨] ଅଧୁନା ମଣ୍ଡ ଓ କାଗଜ ଉଦ୍ୟୋଗ ସାରା ପୃଥିବୀରେ ଅଛି, ଚୀନ ଦେଶରେ ସର୍ବାଧିକ ଓ ତା ପରକୁ ଯୁକ୍ତରାଷ୍ଟ୍ର ଆମେରିକା ଅଛି ।
ଇତିହାସ
[ସମ୍ପାଦନା]ଚୀନରେ ମିଳିଥିବା ଆଧୁନିକ କାଗଜର ପୂର୍ବବର୍ତ୍ତୀ ସର୍ବ ପୁରାତନ ପ୍ରତ୍ନତାତ୍ତ୍ୱିକ ଟୁକୁଡ଼ା ପ୍ରାୟ ଦ୍ୱିତୀୟ ଶତାବ୍ଦୀର ବୋଲି ଜଣାଯାଏ । ମଣ୍ଡ ତିଆରି ପ୍ରକ୍ରିୟା ଦ୍ୱିତୀୟ ଶତାବ୍ଦୀରେ ହାନ ବଂଶର ହିଜଡ଼ା କାଇ ଲୁନଙ୍କଦ୍ୱାରା ପ୍ରସ୍ତୁତ ହୋଇଥିବା ଜଣାଯାଏ । [୨] ପୂର୍ବରୁ ବ୍ୟବହୃତ ସିଲ୍କ ବଦଳରେ କାଗଜ ବ୍ୟବହୃତ ହେବାରୁ ଚୀନ ପ୍ରଚୁର ପରିମାଣର ସିଲ୍କ ରପ୍ତାନୀ କରିବାଦ୍ୱାରା ସେଠାରେ ସୁବର୍ଣ୍ଣ ଯୁଗକୁ ସାହାଯ୍ୟପ୍ରାପ୍ତ ହୋଇଥିଲା ।
ଚୀନରୁ କାଗଜର ଜ୍ଞାନ ଓ ବ୍ୟବହାର ମଧ୍ୟପ୍ରାଚ୍ୟରୁ ମଧ୍ୟଯୁଗୀୟ ୟୁରୋପକୁ ୧୩ଶ ଶତାବ୍ଦୀରେ ବ୍ୟାପିଯାଇଥିଲା ଓ ସେଠାରେ ପ୍ରଥମ ଜଳଶକ୍ତି ଚାଳିତ କାଗଜ କଳ ତିଆରି ହୋଇଥିଲା ।[୩] କାଗଜ ପ୍ରଥମେ ବାଗଦାଦ୍ ସହର ମାଧ୍ୟମରେ ପଶ୍ଚିମ ପୃଥିବୀ ସହ ପରିଚିତ ହୋଇଥିବା ଯୋଗୁ ତାହାକୁ ପ୍ରଥମେ ବାଗଦାତିକସ୍ ନାମ ଦିଆଯିଥିଲା । [୪] ଊନବିଂଶ ଶତାବ୍ଦୀରେ କାଗଜ ମୂଲ୍ୟ ଅହେତୁକ ଭାବରେ କମିଯିବାରୁ ଖବର ବିନିମୟ ବଢ଼ିଲା ଓ ଏହାଦ୍ୱାରା ସାଂସ୍କୃତିକ ବିନିମୟ ସୁଗମ ହେଲା । ସନ ୧୮୪୪ରେ କ୍ୟାନାଡ଼ା ଓ ଜର୍ମାନୀର ଉଦ୍ଭାବକ ଯଥାକ୍ରମେ ଚାର୍ଲସ୍ ଫେନେର୍ଟି ଓ ଏଫ୍ ଜି କେଲର ସ୍ୱତନ୍ତ୍ର ଭାବେ କାଠ ମଣ୍ଡରୁ ତନ୍ତୁ ତିଆରି କରିବା ଉପାୟ ପ୍ରସ୍ତୁତ କରିଥିଲେ ।[୫]
ଶବ୍ଦ ବିନ୍ୟାସ
[ସମ୍ପାଦନା]ସାଇପେରସ୍ ପାପିରସ୍ (ଇଂରାଜୀ ଭାଷାରେ Cyperus papyrus) ବୃକ୍ଷକୁ ଗ୍ରୀକ୍ ଭାଷାରେ କୁହାଯାଉଥିବା (Greek πάπυρος ବା papuros) ପାପୁରସ୍ ଶବ୍ଦରୁ ଲାଟିନ ଭାଷାରେ ପାପିରସ୍ ଶବ୍ଦ ଗ୍ରହଣ କରାଯାଇଥିଲା ଓ ପେପର ବା କାଗଜ ଶବ୍ଦ ସେଠାରୁ ଆସିଥିଲା ।[୬][୭] ପାପିରସ୍ ଏକ ମୋଟା କାଗଜ ଭଳି ପଦାର୍ଥ ଯାହା ସିପେରସ୍ ପାପିରସ୍ ଗଛରୁ ତିଆରି କରାଯାଉଥିଲା ଓ ପୁରାତନ ମିଶର ତଥା ଅନ୍ୟାନ୍ୟ ଭୁମଧ୍ୟସାଗରୀୟ ସଂସ୍କୃତିରେ ଇତିହାସ ଲେଖିବାକୁ ବ୍ୟବହାର କରାଯାଉଥିଲା ।[୮] ପାପିରସ୍ ଶବ୍ଦରୁ ପେପର ସଂଗୃହିତ ହୋଇଥିଲେ ମଧ୍ୟ ସେମାନଙ୍କ ପ୍ରସ୍ତୁତି ସମ୍ପୁର୍ଣ୍ଣ ଅଲଗା । ପ୍ରକୃତିରୁ ନିଆଯାଇଥିବା ଗଛ ତନ୍ତୁକୁ ପତଳା ବା ଲାମିନେସନ୍ କରି ପାପିରସ୍ ତିଆରି କରାଯାଏ କିନ୍ତୁ ଗଛ ତନ୍ତୁକୁ ଭିଜେଇ ଓ ମାସେରେସନ୍ କରି ତାହାର ଗୁଣ ପରିବର୍ତ୍ତନ କରି କାଗଜ ପ୍ରସ୍ତୁତ କରାଯାଏ । [୨]
କାଗଜ ତିଆରି
[ସମ୍ପାଦନା]ରାସାୟନିକ ମଣ୍ଡ ତିଆରି
[ସମ୍ପାଦନା]କାଠରୁ ମଣ୍ଡ ପ୍ରସ୍ତୁତ କରିବାକୁ ହେଲେ ଲିଗ୍ନିନ୍କୁ ରାସାୟନିକ ମଣ୍ଡ ପ୍ରକ୍ରିୟାରେ ସେଲ୍ୟୁଲୋଜଠାରୁ ପୃଥକ୍ କରିବାକୁ ହୁଏ ଯାହାଦ୍ୱାରା ସେଲ୍ୟୁଲୋଜ ତନ୍ତୁର ଦୈର୍ଘ୍ୟ ସୁରକ୍ଷିତ ରହେ । ଏହାକୁ 'କାଠ ରହିତ କାଗଜ, ବୃକ୍ଷ-ରହିତ କାଗଜ ଦ୍ୱନ୍ଦରେ ରହିବେ ନାହିଁ' କୁହାଯାଏ; କାରଣ ଏହା ସହିତ ସମୟ କ୍ରମେ ନଷ୍ଟ ହୋଇଯାଉଥିବା ଲିଗନିନ୍ ନ ଥାଏ । ଏହାକୁ ବ୍ଲିଚ କରି ଧଳା କରିହୁଏ କିନ୍ତୁ ଏହାଦ୍ୱାରା ୫% ତନ୍ତୁ ନଷ୍ଟ ହୋଇଯାଏ; ତୁଳାରୁ କାଗଜ ପ୍ରସ୍ତୁତ କରିବା ନିମନ୍ତେ ରାସାୟନିକ ପଦ୍ଧତି ଅବଲମ୍ବନ କରାଯାଏନି କାରଣ ଏଥିରେ ୯୦% ସେଲ୍ୟୁଲୋଜ ପୂର୍ବରୁ ଥାଏ ।
ତିନି ପ୍ରକାର ରାସାୟନିକ ପଦ୍ଧତି ଅଛି: ସନ ୧୮୪୦ରୁ ସଲ୍ଫାଇଟ ପଦ୍ଧତି ୨ୟ ବିଶ୍ୱ ଯୁଦ୍ଧ ପର୍ଯ୍ୟନ୍ତ ମୂଖ୍ୟ ପଦ୍ଧତି ଥିଲା । କ୍ରାଫ୍ଟ ପଦ୍ଧତି ସନ ୧୮୭୦ରେ ଉଦ୍ଭାବନ କରାଯାଇଥିଲେ ମଧ୍ୟ ସନ ୧୮୯୦ରେ ପ୍ରଥମେ ବ୍ୟବହାର କରାଯାଇ ଥିଲା ଓ ଏହା ଅଧୁନା ସର୍ବାଧିକ ବ୍ୟବହୃତ ପଦ୍ଧତି । ଏହାର ଏକ ସୁବିଧା ଅଛି: ଲିଗନିନ୍ ସହିତ ରାସାୟନିକ ପ୍ରକ୍ରିୟାରେ ଉତ୍ତାପ ସୃଷ୍ଟି ହୁଏ ଯାହା ଜେନେରେଟର ଚଲେଇବା ନିମନ୍ତେ ବ୍ୟବହାର କରାଯାଏ । ପାର୍ଶ୍ୱବର୍ତ୍ତୀ କାଗଜ କଳମାନଙ୍କୁ ବା ଇଲେକ୍ଟ୍ରିସିଟି ଗ୍ରିଡ୍କୁ ଏହା ବିଦ୍ୟୁତ୍ ଯୋଗାଣ କରେ । ଏହାର ଆଉ ଏକ ସୁବିଧା ହେଉଛି ଯେ ଏହି ପଦ୍ଧତିଦ୍ୱାରା ସମସ୍ତ ଇନଅର୍ଗାନିକ ପଦାର୍ଥ ଉଦ୍ଧାର ଓ ପୁନଃ ବ୍ୟବହାର କରାଯାଇପାରେ । ଆଉ ଏକ ପଦ୍ଧତି ହେଲା ସୋଡ଼ା ମଣ୍ଡ ପଦ୍ଧତି ଯାହା ଅଧିକ ସିଲିକେଟ୍ ଥିବା ପଦାର୍ଥ ଯେପରିକି ନଡ଼ା, କଠିନ କାଠ ଓ ବିଗ୍ୟାସ ଇତ୍ୟାଦି ବ୍ୟବହାର କରି ମଣ୍ଡ ତିଆରି କରାଯାଏ ।
ମେସିନ୍ ମଣ୍ଡ
[ସମ୍ପାଦନା]ଦୁଇ ପ୍ରକାର ମେସିନ୍ ମଣ୍ଡ ଅଛି: ଥର୍ମୋମେକାନିକାଲ (ଟିଏମ୍ପି/TMP) ଓ କାଠଚୁନା ମଣ୍ଡ (ଜିଡବ୍ଲ୍ୟୁ/GW) । ଟିଏମ୍ପି ପ୍ରଣାଳୀରେ କାଠ ଛୋଟ ଛୋଟ ଖଣ୍ଡ କରି ବିରାଟ ଗରମ ବାଷ୍ଫ ରିଫାଇନେରୀରେ ଭର୍ତ୍ତି କରିଦିଆଯାଏ ଯେଉଁଠାରେ କାଠ ଖଣ୍ଡମାନ ଚିପି ଦିଆଯାଏ ଓ ଦୁଇ ଲୌହ ଡିସ୍କ ମଝିରେ ତନ୍ତୁରେ ପରିବର୍ତ୍ତନ କରାଯାଏ । କାଠଚୁନା ପ୍ରଣାଳୀରେ କାଠ ଗଣ୍ଡିମାନ ଗ୍ରାଇଣ୍ଡରରେ ଭର୍ତ୍ତି କରିଦିଆଯାଏ ଓ ସେଠାରେ ଘୁର୍ଣ୍ଣାୟମାନ ପ୍ରସ୍ତରରେ ଚିପି ହୋଇ ତନ୍ତୁରେ ପରିଣତ ହୁଅନ୍ତି । ଏହି ପ୍ରଣାଳୀରେ ଲିଗନିନ୍ ନିଷ୍କାସନ କରାଯାଏ ନାହିଁ, ଏଣୁ ଏହାର ଉତ୍ପାଦନ ଅଧିକ ହୁଏ (>95%), କିନ୍ତୁ ଏହି କାଗଜ ସମୟକ୍ରମେ ହଳଦିଆ ଓ ଭଙ୍ଗୁର ହୋଇଯାଏ । ଏଥିରେ ଅନତିଦୀର୍ଘ ତନ୍ତୁ ବାହାରେ, ଏଣୁ କାଗଜ ଦୁର୍ବଳ ହୁଏ । ଏହି ପ୍ରଣାଳୀରେ ଅତ୍ୟଧିକ ବିଦ୍ୟୁତ୍ ଖର୍ଚ୍ଚ ହେଉଥିଲେ ମଧ୍ୟ ରାସାୟନିକ ପ୍ରଣାଳୀ ଅପେକ୍ଷା କମ୍ ଖର୍ଚ୍ଚ ହୁଏ ।
ଡି-ଇଙ୍କ୍ଡ୍ ମଣ୍ଡ
[ସମ୍ପାଦନା]ଉଭୟ ରାସାୟନିକ ଓ ମେକାନିକାଲ ଉପାୟରେ ପ୍ରସ୍ତୁତ ମଣ୍ଡକୁ କାଗଜ ରିସାଇକ୍ଲିଙ୍ଗ ପଦ୍ଧତି ବ୍ୟବହାର କରେ; ମଣ୍ଡ ସହିତ ପାଣି ମିଶାଯାଏ ଓ କାଗଜର ଉଦ୍ଜାନ ବଣ୍ଡକୁ ଭାଙ୍ଗିଦେଇ ତନ୍ତୁ ଅଲଗା କରାଯାଏ । ଅଧିକାଂଶ ରିସାଇକ୍ଲ କାଗଜରେ ମାନ ରକ୍ଷା ନିମନ୍ତେ କିଛି ନୁତନ ତନ୍ତୁ ରଖାଯାଏ; ଏହାର ମାନ ପୂର୍ବ କାଗଜ ଭଳି ସମାନ ବା ତା'ଠାରୁ କମ୍ ଥାଏ ।
ତିନି ଶ୍ରେଣୀର ରିସାଇକ୍ଲ ତନ୍ତୁ ମିଳେ:-
- କାରଖାନାରେ ନଷ୍ଟ ବା ପରିତ୍ୟକ୍ତ - ନିଜ କାରଖାନାରୁ ପ୍ରସ୍ତୁତ ଯେ କୌଣସି ନିମ୍ନ ମାନର କାଗଜକୁ ପୁନଃ ମଣ୍ଡ ଓ କାଗଜ ତିଆରି ନିମନ୍ତେ ପଠାଯାଏ । ଏହି ଭଳି କାଗଜ ବିକ୍ରି କରାଯାଏ ନାହିଁ ।
- ଉପଭୋକ୍ତା ପୂର୍ବ ପରିତ୍ୟକ୍ତ ବେକାର ଜିନିଷ – ଖାଲଖମା ଭର୍ତ୍ତି କରିବାକୁ ଥିବା ପରିତ୍ୟକ୍ତ କାଗଜ ବା ଅନ୍ୟାନ୍ୟ ଅନୁପଯୁକ୍ତ କାରଖାନା ପ୍ରସ୍ତୁତ କାଗଜକୁ ନେଇ ରିସାଇକ୍ଲ କରାଯାଏ ।[୯]
- ଉପଭୋକ୍ତା ପର ବେକାର ଜିନିଷ - ଅଫିସରୁ ବାହାରୁଥିବା, ମାଗାଜିନ କାଗଜ ଓ ଖବରକାଗଜ ଇତ୍ୟାଦିର ତନ୍ତୁ ବ୍ୟବହାର କରି ତନ୍ତୁ ତିଆରି କରାଯାଏ । ଏହି ପ୍ରକାର କାଗଜରେ ପୂର୍ବରୁ କାଳିରେ ଛପା ହୋଇଥାଏ । ଏହାକୁ ରିସାଇକ୍ଲ କରାଯାଏ ବା ଡି-ଇଙ୍କ ପଦ୍ଧତିରେ ତନ୍ତୁ ତିଆରି କରାଯାଏ ।
ରିସାଇକ୍ଲ ହୋଇ ପ୍ରସ୍ତୁତ କରାଯାଇ ଥିବା କାଗଜ ସାଧାରଣତଃ ଟାଣ ନୁହେଁ ।
ପ୍ରଯୁକ୍ତ
[ସମ୍ପାଦନା]ମଣ୍ଡରେ ତନ୍ତୁ ବ୍ୟତୀତ ଚକ୍ ବା ଚୀନା ମାଟି ଥାଏ ଯାହା ଛାପା ବା ଲେଖାର ମାନକୁ ଉନ୍ନତ କରାଏ । ସାଇଜିଙ୍ଗ ନିମନ୍ତେ ଅଧିକ ଜିନିଷ ମିଶାଯାଏ ଓ/ବା ପ୍ରସ୍ତୁତି ସମୟରେ ପରେ କାଗଜରେ ପ୍ରୟୋଗ କରାଯାଏ ଯାହା କାଳି ବା ରଙ୍ଗ ଯଥେଷ୍ଟ ମାତ୍ରାରେ ଅବଶୋଷିତ କରିପାରିବ ।
କାଗଜ ପ୍ରସ୍ତୁତି
[ସମ୍ପାଦନା]ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ମଣ୍ଡକୁ କାଗଜ କଳରେ ଭର୍ତ୍ତି କରିଲେ କାଗଜ ୱେବ ତିଆରି ହୁଏ ଓ ତାହାକୁ ଚିପି ଦିଆଯାଏ ଓ ଶୁଖେଇଦିଆଯାଏ ।
ଚିପିଦେବାଦ୍ୱାରା ବଳପ୍ରୟୋଗ ପୂର୍ବକ ଜଳ ବାହାର କରିଦିଆଯାଏ । ଏହି ଜଳକୁ ଏକ ବିଶେଷ ଧରଣର ବେଲ୍ଟ ସାହାଯ୍ୟରେ ସଂଗ୍ରହ କରାଯାଏ । ହାତ ତିଆରି କାଗଜକୁ ବ୍ଲଟିଙ୍ଗ କାଗଜ ସାହାଯ୍ୟରେ ଶୁଖାଯାଏ ।
ଶୁଖେଇବା ନିମନ୍ତେ ବାୟୁ ଓ ଉତ୍ତାପଜ ବ୍ୟବହାର କରାଯାଏ । ପୂର୍ବକାଳରେ ଶୁଖେଇବା ନିମନ୍ତେ ଲୁଗା ଶୁଖେଇବା ଭଳି ଝୁଲେଇ ରଖାଯାଉଥିଲା । ଅଧୁନା ଅନେକ ପ୍ରକାରର ମେସିନ ବ୍ୟବହାର କରାଯାଉଛି । ଏହାକୁ ଯନ୍ତ୍ର (steam heated can dryer) ସାହାଯ୍ୟରେ ୪୦ଟି ପାତ୍ରକୁ(can) ପର୍ଯ୍ୟୟକ୍ରମେ ପ୍ରାୟ ୨୦୦୦ (200 °F (93 °C)) ପର୍ଯ୍ୟନ୍ତ ଉତ୍ତପ୍ତ କରାଯାଏ ଓ ଏହାଦ୍ୱାରା ଜଳୀୟ ବାଷ୍ପ ପରିମାଣ ୬%ରୁ କମ ହୋଇଯାଏ ।
ସମାପନ
[ସମ୍ପାଦନା]ସାଇଜ ପ୍ରକ୍ରିୟାଦ୍ୱାରା କାଗଜର ଭୌତିକ ଗୁଣ ପରିବର୍ତ୍ତନ କରାଯାଇ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଏ ।
ଏହି ସ୍ଥଳରେ କାଗଜକୁ ଅନକୋଟେଡ କାଗଜ କୁହନ୍ତି । କାଗଜର ଏକ ବା ଉଭୟ ପାର୍ଶ୍ୱରେ ପତଳା କ୍ୟାଲ୍ସିଅମ କାର୍ବୋନେଟ ବା ଚୀନା କର୍ଦ୍ଦମ ଦିଆଯାଇ ତାହାକୁ କୋଟେଡ କାଗଜ କରାଯାଏ ଯାହା ଉଚ୍ଚ ରିଜୋଲ୍ୟୁସନ ଯୁକ୍ତ ହାଫ୍ଟୋନ ନିମନ୍ତେ ଉପଯୁକ୍ତ ହୁଏ । କାଲେଣ୍ଡରିଙ୍ଗ ପଦ୍ଧତିରେ କୋଟେଡ ବା ଅନକୋଟଡ କାଗଜକୁ ପଲିସ୍ କରାଯାଏ । କୋଟେଡ କାଗଜକୁ ମାଟ୍ଟେ, ସେମି-ମାଟ୍ଟେ ବା ସିଲ୍କ ଓ ଗ୍ଲସ ଏହି ତିନି ଭାଗରେ ବିଭକ୍ତ କରାଯାଏ । ଛାପା ଛବିରେ ସର୍ବାଧିକ ଅପ୍ଟିକାଲ ଡେନସିଟି ମିଳେ ।
ତାହା ପରେ କାଗଜକୁ ପ୍ରିଣ୍ଟିଙ୍ଗ ପ୍ରେସରେ ବ୍ୟବହାର କରିବାକୁ ଗଲେ ରିଲରେ ପରିଣତ କରାଯାଏ ବା ତାକୁ କାଟି ସିଟ୍ରେ ପରିଣତ କରାଯାଏ । କାଗଜର ତନ୍ତୁ ମେସିନ ଚାଲୁଥିବା ଦିଗରେ ତିଆରି ହୁଏ । ସିଟ୍ଗୁଡ଼ିକ ଲଙ୍ଗ-ଗ୍ରେନ ଭାବରେ କଟାଯାଏ ।
ପ୍ରୟୋଗ
[ସମ୍ପାଦନା]ବ୍ୟବହାର ଅଭିପ୍ରାୟ ଅନୁସାରେ ବିଭିନ୍ନ ଗୁଣର କାଗଜ ପ୍ରସ୍ତୁତ କରାଯାଏ ।
- ମୂଲ୍ୟ ଅଭିପ୍ରାୟ: କାଗଜ ଟଙ୍କା, ବ୍ୟାଙ୍କ ନୋଟ, ଚେକ୍, ସୁରକ୍ଷା (ଦେଖନ୍ତୁ ସୁରକ୍ଷା କାଗଜ), ଭାଉଚର୍ ଓ ଟିକେଟ୍ ।
- ଷ୍ଟୋର ସୂଚନା ନିମନ୍ତେ: ବହି, ନୋଟବହି, ମାଗାଜିନ, ଖବର କାଗଜ, ଚିତ୍ର, zine, ଚିଠି ।
- ବ୍ୟକ୍ତିଗତ ବ୍ୟବହାର: ଡାଏରୀ, ସ୍ମରଣ କରେଇବା ନୋଟ ଇତ୍ୟାଦି; ସ୍ୱଳ୍ପକାଳୀନ ବ୍ୟକ୍ତିଗତ ବ୍ୟବହାର : ଶସ୍ତା କାଗଜ ।
- ସଂଚାର ନିମନ୍ତେ: (ବ୍ୟକ୍ତି ବା/ଓ ଦଳ ମଧ୍ୟରେ) ।
- ପ୍ୟାକେଜ ନିମନ୍ତେ: କରୁଗେଟେଡ ବାକ୍ସ, କାଗଜ ବ୍ୟାଗ୍, ଲଫାଫା, ପ୍ୟାକିଙ୍ଗ ଓ ଘୋଡ଼େଇବା କାଗଜ, କାଗଜ ଦଉଡ଼ି, Charta emporetica and କାନ୍ଥ କାଗଜ ।
- ପରିଷ୍କାର ନିମନ୍ତେ: ଟଏଲେଟ କାଗଜ, ରୁମାଲ, କାଗଜ ତଉଲିଆ, ମୁଖ ଟିସୁ ଓ ବିଲେଇ ଛୁଆ ।
- ନିର୍ମାଣ କାର୍ଯ୍ୟ ନିମନ୍ତେ: କାଗଜ ମେସ (papier-mâché), ଓରିଗାମି (origami), କାଗଜ ପ୍ଲେନ (paper plane), କ୍ୱିଲିଙ୍ଗ (quilling), କମ୍ପୋଜିଟ ମ୍ୟାଟେରିଆଲରେ କୋର୍ ମ୍ୟାଟେରିଆଲ ଭାବରେ ବ୍ୟବହାର କରାଯାଉଥିବ କାଗଜ ମହୁଫେଣା (paper honeycomb), ନିର୍ମାଣ କାଗଜ (construction paper) ଓ କାଗଜ ବସ୍ତ୍ର (paper clothing) ।
- ଅନ୍ୟାନ୍ୟ ବ୍ୟବହାର: ଏମେରି କାଗଜ, ବାଲିକାଗଜ, ବ୍ଲଟିଙ୍ଗ କାଗଜ, ଲିଟ୍ମସ୍ କାଗଜ, ୟୁନିଭର୍ସାଲ ଇଣ୍ଡିକେଟର କାଗଜ, ପେପର କ୍ରୋମାଟୋଗ୍ରାଫି, ଇଲେକ୍ଟ୍ରିକ ଇସ୍ସୁଲେସନ କାଗଜ (ଦେଖନ୍ତୁ ଡାଇଏଲେକ୍ଟ୍ରିକ dielectric, ଓ ପର୍ମିଟ୍ଟିଭିଟି permittivity) ଓ ଫିଲ୍ଟର କାଗଜ ।
ସନ ୧୯୮୬ର ହିସାବରୁ ଦେଖାଯାଏ ପୃଥିବୀର ଦୂରସଞ୍ଚାରରେ କାଗଜ ଚିଠିର ଭାଗ ୦.୦୫% ଥିଲା ଯାହା ଡିଜିଟାଲ ଟେକନୋଲୋଜି ପ୍ରଭାବରୁ କମିବାକୁ ଲାଗିଛି ।[୧୦]
ପ୍ରକାର, ମୋଟେଇ ଓ ଓଜନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Hogben, Lancelot. "Printing, Paper and Playing Cards". Bennett, Paul A. (ed.) Books and Printing: A Treasury for Typophiles. New York: The World Publishing Company, 1951. pp. 15–31. p. 17. & Mann, George. Print: A Manual for Librarians and Students Describing in Detail the History, Methods, and Applications of Printing and Paper Making. London: Grafton & Co., 1952. p. 77
- ↑ ୨.୦ ୨.୧ ୨.୨ Tsien 1985, p. 38
- ↑ Burns 1996, pp. 417f.
- ↑ Murray, Stuart A. P. The Library: An illustrated History. Skyhorse Publishing, 2009, p. 57.
- ↑ Burger, Peter. Charles Fenerty and his Paper Invention. Toronto: Peter Burger, 2007. ISBN 978-0-9783318-1-8 pp. 25–30
- ↑ πάπυρος, Henry George Liddell, Robert Scott, A Greek-English Lexicon, on Perseus
- ↑ papyrus Archived 2012-06-28 at the Wayback Machine., on Oxford Dictionaries
- ↑ "Papyrus definition". Dictionary.com. Retrieved 20 November 2008.
- ↑ Natural Resource Defense Council
- ↑ "The World’s Technological Capacity to Store, Communicate, and Compute Information", especially Supporting online material, Martin Hilbert and Priscila López (2011), Science (journal), 332(6025), 60-65; free access to the article through here: martinhilbert.net/WorldInfoCapacity.html